ରାଉରକେଲା, ୧୬/୯,(ଉତ୍କଳ ସମାଚାର):: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଦୁଇ ଦିନିଆ ଆନ୍ତଃ ରାଜ୍ୟ କରାଟେ ଚାମ୍ପିୟନସିପରେ ସୁନ୍ଦରଗଡ ଜିଲ୍ଲା ଟଙ୍ଗ୍-ଟୁ-ମୁ-ଡୁ ଆସୋସିଏସନ ଦଳଗତ ଚାମ୍ପିୟନ ହୋଇଛି। ୨୦୨୬ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା ବେଳେ ସୁନ୍ଦରଗଡ ଜିଲ୍ଲାର ୧୭ ଜଣ ପ୍ରତିଯୋଗୀ ଏଥିରେ ଭାଗନେଇଥିଲେ। ସେଥିମଧ୍ୟରୁ ୧୬ ଜଣ ପ୍ରତିଯୋଗୀ ନିଜ ନିଜ କ୍ଷେତ୍ରରେ ଗୋଲ୍ଡ, ସିଲଭର୍ ଏବଂ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ଟଙ୍ଗଲ-ଟୁ-ମୁ-ଡୁ ଆସୋସିଏସନ୍ ପକ୍ଷରୁ ଏହି କରାଟେ ତିଯୋଗିତାରେ ରୋହନ୍ କୁମାର ବେଉରା କେଡେଟ୍ ୫୪ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ଜିତିଥିଲା ବେଳେ ବେଳେ ସମାୟକ ସୀତଲ ପ୍ରଧାନ କେଡେଟ୍ ୪୫ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ସିଦ୍ଧାର୍ଥ କୁମାର ସାହୁ ସବ୍-ଜୁନିୟର ୩୯ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଥିବା ବେଳେ ବିଦ୍ୟାଙ୍କ ବେହେରା ସବ୍-ଜୁନିୟର ୩୬ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ଜିତିଛନ୍ତି। ସେହିପରି ରୁମଣୀସ୍ ଶ୍ରୀବାସ୍ତବ ସବ୍-ଜୁନିୟର ୩୨ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଡୋଲି ସୋରେନ୍ ସବ୍-ଜୁନିୟର ୩୩ କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ସୁଚେତା ସାହୁ ସବ୍-ଜୁନିୟର ୫୨ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ପ୍ରତୀକ୍ଷା ବାରିକ୍ ସବ୍-ଜୁନିୟର ୨୦ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ସୁଶ୍ରୀ ସୁହାନୀ ସେଠୀ କେଡେଟ୍ ୪୬ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ସକ୍ଷମ ତ୍ରିପାଠୀ କେଡେଟ୍ ୫୨ କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ସୋନାଲୀ ଗର୍ତିଆ ସବ୍ ଜୁନିୟର ୪୨ କେଜି ବର୍ଗରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି। ଅନମୋଲ୍ ବିଶ୍ବକର୍ମା ସବ୍-ଜୁନିୟର ୩୮ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଏମଡି ସୁବାନ୍ ଅଲ୍ଲି ସବ୍-ଜୁନିୟର ୨୦ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଅନୀମିଶା ଶର୍ମା ସବ୍-ଜୁନିୟର ୩୪ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଥିବା ବେଳେ ପ୍ରିନ୍ସ ବିଶ୍ବକର୍ମା ସବ୍-ଜୁନିୟର ୩୬ କେଜି ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୋପ୍ୟ ପଦକ ହାସଲ କରିଛନ୍ତି। ଦଳଗତ କରାଟେ (ପୁରୁଷ) ପ୍ରତିଯୋଗିତାରେ ରୋହନ୍ କୁମାର ବେଉରା, ସିଦ୍ଧାର୍ଥ କୁମାର ସାହୁ ଏବଂ ସମୟାକ ସିତଲ ପ୍ରଧାନ କେଡେଟ୍ ପ୍ରତିଯୋଗିତାରେ ପୁମସାଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଦଳଗତ କରାଟେ (ମହିଳା) ପ୍ରତିଯୋଗିତାରେ ସବ୍-ଜୁନିୟର ବର୍ଗରେ ବିଦ୍ଯଙ୍କା ବେହେରା, ସୁଚେତା ସାହୁ ଏବଂ ସୁଶ୍ରୀ ସୁହାନୀ ସେଠୀ ପୁମସାଇ ସ୍ଵର୍ଣ୍ଣ ବିଜେତା ହୋଇଛନ୍ତି। ସେହିପରି ସବ୍-ଜୁନିୟର (ମହିଳା) ବର୍ଗରେ ରୁମାଂସୀ ଶ୍ରୀବାସ୍ତବ, ଡୁଲି ସୋରେନ୍ ଏବଂ ସୋନାଲୀ ଗର୍ତିଆ ଫ୍ରେସର ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ସବ୍-ଜୁନିୟର କରାଟେ ପ୍ରତିଯୋଗିତାରେ ବିଦ୍ଯଙ୍କା ବେହେରା ଏବଂ ସିଦ୍ଧାର୍ଥ କୁମାର ସାହୁ ପୁମସେ ସ୍ଵର୍ଣ୍ଣ ପଦକ ଅର୍ଜନ କରିଛନ୍ତି।

