ସମ୍ବଲପୁର,୨୨/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଭାରତ ବିକାଶ ପରିଷଦ, ହୀରାକୁଦ ଶାଖା ତରଫରୁ ଭାରତକୁ ଜାନୋ ଓ ଜାତୀୟ ବୃନ୍ଦଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟ ସ୍ତରରେ ଏହି ସାଧାରଣ ଜ୍ଞାନ ପରୀକ୍ଷାରେ ଭାଗ ନେଇଥିବା ୧୧୮୦ ଜଣ ରୁ ୧୬ ଜଣ ଶାଖା ସ୍ତରୀୟ ଭାରତକୁ ଜାନୋ ଓ ବୃନ୍ଦଗାନରେ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ସମ୍ମାନିତ ଅତିଥି ଆନନ୍ଦ ଚକ୍ରବର୍ତ୍ତୀ, ସିଏସଆର ମୁଖ୍ୟ, ହିଣ୍ଡାଲକୋ ଓ ପର୍ଯ୍ୟବେକ୍ଷକ, ଡ. ନରେନ୍ଦ୍ର ବେହେରା ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଶାଖାର ବରିଷ୍ଠ ସଭ୍ୟ, ବିରେନ୍ଦ୍ର ପାଣିଗ୍ରାହୀ ମଞ୍ଚ ପରିଚାଳନା, ହୀରାକୁଦ ଶାଖା ସଂଯୋଜକ ସରୋଜ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ ଓ ପରିଷଦ ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମସ୍ତଙ୍କୁ ଅବଗତ କରିଥିଲେ । ଡ଼.ନରେନ୍ଦ୍ର ବେହେରା ଭାରତୀୟ ସଂସ୍କୃତି ଓ ପରମ୍ପରାର ବିକାଶ ଓ ପର୍ଯ୍ୟବରଣର ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲେ । ରାମଚନ୍ଦ୍ର ବେହେରା ବିକଶିତ ହୀରାକୁଦ, ବିକସିତ ସମ୍ବଲପୁର, ବିକସିତ ଓଡ଼ିଶା ଓ ବିକଶିତ ଭାରତର ଯୋଜନା ଓ ସମସ୍ତଙ୍କର ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ । ଶେଷରେ ଶାଖା ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଦିବାକର ମହାନନ୍ଦ, ଶ୍ରୀମତୀ ଜେନା, ରେଶ୍ମା ଶ୍ରୀକୁମାର, ବିଚାରକ ମଣ୍ଡଳୀ ବୃନ୍ଦଗାନ ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ I ପ୍ରତିଯୋଗିତାରେ ଫଳାଫଳ ବ୍ରହ୍ମାନନ୍ଦ ସାହୁ ଘୋଷଣା କରିଥିଲେ । ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ପ୍ରାନ୍ତ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବା ପାଇଁ ଉତ୍ସାହିତ କରାଯାଇଥିଲା । ଶାଖାର ସମ୍ପାଦକ ହିମାଂଶୁ ହୋତା, କୋଷାଧ୍ୟକ୍ଷ ଅନୁପ ସାହୁ, ମହିଳା ସହଭାଗିତା ପ୍ରମୁଖ ଶୁଭଶ୍ରୀ ପୃଷ୍ଟି, ସେବା ପ୍ରମୁଖ ମନୋହର ସିଂହ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ କୌଶିକ ଚୌଧୁରୀ, ବିଶ୍ଵନାଥ ମିଶ୍ର, ବୈକୁଣ୍ଠ ନାଗ,ପ୍ରିୟ ରଂଜନ ଢାଲ, ଗୁରୁଜୀ, ଏବଂ ନିବେଦିତା ମହନ୍ତ, ପ୍ରୀତି ପ୍ରିୟଦର୍ଶିନୀ ମିଶ୍ର ଓ ରିତୁ ପରିଡ଼ା ଗୁରୁମା ଙ୍କସହ ହୀରାକୁଦର ଅନେକ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ ।

