ସମ୍ବଲପୁର,୦୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଦେଶବ୍ୟାପୀ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନର ଅଂଶ ଭାବେ ପୂର୍ବତଟ ରେଳପଥର ସମ୍ବଲପୁର ମଣ୍ଡଳ ପକ୍ଷରୁ ରେଳନଗରସ୍ଥିତ ମଣ୍ଡଳ ରେଳ ଚିକିତ୍ସାଳୟ ପରିସରରେ ‘ଏକ ଦିନ, ଏକ ଘଣ୍ଟା, ଏକାଠି’ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧରୀ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରି କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଅଭିଯାନ ଶେଷ ହେବା ପରେ ମଧ୍ୟ ସ୍ୱଚ୍ଛତା ପାଇଁ ପ୍ରୟାସ ଜାରି ରଖିବା ଏବଂ ଏହାକୁ ଦୈନନ୍ଦିନ ଜୀବନର ଅଭ୍ୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ।ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମନଜିତ ସିଂହ ସନସନୱାଲଙ୍କ ସମେତ ଅନ୍ୟ ରେଳ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶ୍ରମଦାନ କରିଥିଲେ। ମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୭ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଅଭିଯାନ ଅବଧିରେ ମଣ୍ଡଳର ବିଭିନ୍ନ ସ୍ଥାନରେ ଏଭଳି ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ
