ସମ୍ବଲପୁର,୦୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ଯୁଯୋମୁରା ବ୍ଲକ ବିଜେଡି ପକ୍ଷରୁ ଚାମୁଣ୍ଡା ପଞ୍ଚାୟତର ଅଢ଼ାପଡ଼ା ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ଆମ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରୁ ରାଲି ବାହାରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା। ସେଠାରେ ବିଜେଡି ବ୍ଲକ ସଭାପତି ବିନୋଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ବୈଠକ ହୋଇଥିଲା। ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜିଲ୍ଲା ପ୍ରତିନିଧି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜବାବ ଦେବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ସମ୍ପାଦକ ପ୍ରତାପ ନାୟକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ସରକାରଙ୍କ ବିଫଳତା ନେଇ ମତ ରଖିଥିଲେ। ଜିଲ୍ଲା ଉପସଭାପତି ଟେକମଣୀ ପ୍ରଧାନ ବିଗତ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଏବଂ ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାରଙ୍କ ବିଫଳତା ସମ୍ପର୍କରେ କହିଥିଲେ। ବିଜେଡି ଜିଲ୍ଲା ଉପସଭାପତି ତଥା ବାହାମ ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ସାଧାରଣ ସମ୍ପାଦକ ଇସମାଇଲ ଆଜାଦ ବଢ଼େଇ ଓ ଜିଲ୍ଲା ସମ୍ପାଦକ ଅଶ୍ୱିନୀ ଦେହୁରୀ ବକ୍ତବ୍ୟ ରଖିଥିଲେ। ଅଶ୍ୱିନୀ ଦେହୁରୀ ବିଭିନ୍ନ ଯୋଜନା ଜରିଆରେ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଥିଲେ। ବିଜୁ ମହିଳା ଜନତା ଦଳର ବ୍ଲକ ସଭାନେତ୍ରୀ ତଥା ମେଘପାଳ ସରପଞ୍ଚ ମମତା ପ୍ରଧାନ ଭତ୍ତା ଓ ବିଜୁଳି ସମସ୍ୟା ଉଠାଇଥିଲେ। ବରିଷ୍ଠ ବିଜେଡି ନେତା ପ୍ରଦୀପ ପରିଡ଼ା ସରକାରଙ୍କୁ ‘ରଙ୍ଗ ମରା ସରକାର’ ବୋଲି କଟାକ୍ଷ କରିଥିଲେ। ବୈଠକରେ ଉପସ୍ଥିତ ଜନସାଧାରଣ ପଞ୍ଚାୟତ, ୱାର୍ଡ ଓ ଗ୍ରାମର ବିଭିନ୍ନ ସମସ୍ୟା ଜଣାଇଥିଲେ। ସମିତି ସଭ୍ୟ ଡେଭିଡ୍ ଭଦ୍ରା ଧନ୍ୟବାଦ ଦେଇଥିଲେ। ପଦଯାତ୍ରା ଆୟୋଜନରେ ଗ୍ରାମର ସୁମନ୍ତ ସାହୁ, ଭରତ ଠେଲା, ରାଫେଲ ସାମଦ, ପିଣ୍ଟୁ କଲେତ, ଅନିଲ ନାୟକ ଓ ବିକାଶ ଭୋଇ, ନର୍ସିଂଗ ଦେହୁରୀ, ଦିଲୀପ ରାଉତ, ଅବନୀ କୁମୁରା, ସୂର୍ଯ୍ୟ ନାରାୟଣ ସାହୁ, ଘନ ଶ୍ୟାମ ସାହୁ, ଅଶ୍ୱନୀ ପ୍ରଧାନ, ଦୟାସାଗର ପ୍ରଧାନ, ରାଜ କୁମାର ସାହୁ, ସୁବ୍ରତ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ବୈଠକ ପୂର୍ବରୁ ମା’ ସମଲେଶ୍ୱରୀ, ବିଜୁ ପଟ୍ଟନାୟକ ଓ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରି ଦୀପ ପ୍ରଜ୍ୱଳନ କରାଯାଇଥିଲା

