ସମ୍ବଲପୁର,୦୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ବରିଷ୍ଠ ନାଗରିକ ସମାଜ ପକ୍ଷରୁ ବୟୋବନ୍ଦନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଯୁଧିଷ୍ଠିର ବେହେରାଙ୍କ ଧର୍ମପତ୍ନୀ ତୁଳାବତୀ ବେହେରା (୯୬)ଙ୍କୁ ଗୋପାଳମାଲସ୍ଥିତ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ତାଙ୍କ ଦୁଇ ପୁତ୍ର ରାମକୁମାର ଓ ଲକ୍ଷ୍ମଣଙ୍କ ସହ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ପଣ୍ଡା, ଭକ୍ତବନ୍ଧୁ ପ୍ରଧାନ, ରାହାସବିହାରୀ ପଣ୍ଡା, ଶମ୍ଭୁଭୂଷଣ ସେନ ଓ ଜଟାଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

