ସମ୍ବଲପୁର,୦୨/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗାନ୍ଧୀ ଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ କ୍ୟାମ୍ପସରେ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା। କ୍ୟାମ୍ପସକୁ ସ୍ୱଚ୍ଛ ଓ ସବୁଜ ରଖିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀମାନେ ସଫେଇ କରିବା ସହ ପରିବେଶ ସୁରକ୍ଷା ପାଇଁ ନିଜ ଦାୟିତ୍ୱ ଗ୍ରହଣ କରିଥିଲେ। ଏଥିରେ କରନ, ରୋହିତ, ଯଶବନ୍ତ, ସୂରଜ, କାର୍ତ୍ତିକ, ପ୍ରତିମା, ଇପ୍ସିତା, ନୀତେଶ, କାପା, ଅଙ୍କିତ, ଅନନ୍ୟଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ

