ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଧନୁପାଲି ମହାବୀରପଡ଼ା ପଞ୍ଚମୁଖୀ ଯୁବକ ସଂଘ ଟ୍ରଷ୍ଟ ପକ୍ଷରୁ ନିଜସ୍ୱ କାର୍ଯ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ପ୍ରଥମେ ଉଭୟ ବରପୁତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୂଜା କରାଯାଇଥିଲା। ପରେ ଉପସ୍ଥିତ ସଭ୍ୟମାନେ ଉଭୟଙ୍କ ଗୁଣଗାନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପଣ୍ଡା, ସମ୍ପାଦକ କାହୁଚରଣ ଶର୍ମା, ଶିବନାରାୟଣ ପଣ୍ଡା, ବିହାରୀଲାଲ ବିଶ୍ୱାଳ, ପ୍ରଦୀପ ଧର, ସଞ୍ଜୀବ ପାଣିଗ୍ରାହୀ, କପିଲ ନାୟକ, ରବିନାରାୟଣ ପଣ୍ଡା, ମହେଶ ଗୁରୁ, ଅନିଲ ମିଶ୍ର, ସହସମ୍ପାଦକ ଆଲୋକ ମିଶ୍ର ଓ ପ୍ରଦୀପ ଚଇନି ପ୍ରମୁଖ ଉପସ୍ଥିତ ଥିଲେ

