ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ମାନେଶ୍ୱର ବ୍ଲକ ଜୋନ୍-୨ ଅନ୍ତର୍ଗତ ଧମାଠାରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଛି। ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ଧମା ପ୍ରାଥମିକ ଚିକିତ୍ସାଳୟ ପରିସରକୁ ସଫା କରାଯାଇଥିଲା। ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ଧମା ସରପଞ୍ଚ ଲଳିତା ପ୍ରଧାନ, ଜିଲ୍ଲା ଉପସଭାପତି ଗୋବିନ୍ଦ ପଟ୍ଟନାୟକ, ବ୍ଲକ ସଭାପତି ନନ୍ଦଲାଲ ତ୍ରିପାଠୀ, ଗୁଣନିଧି ମିର୍ଦ୍ଧା, ଦେବାଶିଷ ପଟ୍ଟନାୟକ, ବିପିନ ନାୟକ, ବିଭୂତି ପଣ୍ଡା, ଭକ୍ତବନ୍ଧୁ ସାହୁ, ଉଦ୍ଧବ କୁଅଁର, ପ୍ରଶାନ୍ତ ପୂଜାରୀ, ମିଳନ ଭୋଇ, ରାମ ମହାପାତ୍ର, ସଞ୍ଜୟ ଭୋଇ, ଗୌରାଙ୍ଗ ପୁରୋହିତ, ମଣ୍ଟୁ ଦନ୍ତ, ଆଲୋକ ବେହେରା, ଶ୍ରୀକାନ୍ତ ବାଦୀ, କେଶବ ବିଭାର, ପିଙ୍କୁ ସେଠ, ଗଣେଶ ମହାପାତ୍ର, ବଳରାମ ସାହୁ, ଯଶୋବନ୍ତ ପ୍ରଧାନ, ସୁଜିତ ସାହୁ, ଲକ୍ଷ୍ମଣ ଭୋଇ, ସୁନୀଲ ବଗର୍ତ୍ତି, ମାନସ ବେହେରା, ଧନୁ ପଟେଲ, ନୀଳାମ୍ବର ମାଝୀ, ସନ୍ତୋଷ ମେହେର, ସୁଶାନ୍ତ ମେହେର, ସତ୍ୟବାନ ମିଶ୍ର, ଅମୂଲ୍ୟ ସାହୁ, ଦିଲ୍ଲୀପ ପ୍ରଧାନ, ଗୁରୁଦେବ, ଗଜରୁ ଦଳେଇ, ବାବୁ, ସରୋଜ ସୁନା, ପ୍ରଫୁଲ୍ଲ ମିର୍ଦ୍ଧା, ଶିବ ଭୋଏ ଓ ଭୋଳାନାଥ ମାଝୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ। ବିଜେଡି ପକ୍ଷରୁ ଚାଲିଥିବା ମାସବ୍ୟାପୀ ଜନସମ୍ପର୍କ ପଦଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ଗ୍ରାମାଞ୍ଚଳରେ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି I

