ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗତ ୩୦ ତାରିଖରେ ଏକ ବଡ଼ ବିମାନ ଦୁର୍ଘଟଣାରୁ ୧୮୦ ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରି ଚର୍ଚ୍ଚା ଓ ପ୍ରଶଂସା ସାଉଁଟିଥିବା ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛାରଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ସାମୂହିକ ଦୀପ ପ୍ରଜ୍ୱଳନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ହୋଇଥିଲା। ସମ୍ବଲପୁର ବିଜେପି ମିଡିଆ ସେଲ୍ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା।ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଁ ସମଲେଇଙ୍କ ଚରଣାରବିନ୍ଦରେ ଦୀପ ପ୍ରଜ୍ୱଳନ କରାଯାଇ ସାମୂହିକ ପ୍ରାର୍ଥନା ହୋଇଥିଲା। କ୍ୟାପଟେନ ମଚ୍ଛାରଙ୍କ ଶୀଘ୍ର ସୁସ୍ଥତା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ପ୍ରାର୍ଥନା କରିଥିଲେ।ଏଥିରେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ସମେତ ମଣ୍ଡଳ ସଭାପତି ରିକି ବେହେରା, ସୁଶାନ୍ତ ପୁରୋହିତ, ଫଣିଭୂଷଣ ମିଶ୍ର, ଅଶ୍ୱିନୀ ସ୍ୱାଇଁ, ଡ. ପ୍ରମୋଦ ରଥ, ମୁକେଶ ଜରିୱାଲ, ମନୋଜ ପଲସନିଆଁ, ଦିଲୀପ ଶର୍ମା, ହରବ୍ରତ ସେନାପତି, ରାମଦାସ ପଣ୍ଡା, ଲକ୍ଷ୍ମଣ ଯୋଗୀ, କୈଳାଶ ଅଗ୍ରୱାଲ, ସରୋଜ ଆଚାର୍ଯ୍ୟ, ବିଶ୍ୱରଞ୍ଜନ ଜେନା, ସୌମିକ ବାବୁ, ଅଜିତ ବେହେରା, ରୁନୁ ପ୍ରଧାନ, ସତ୍ୟବତୀ ସରାଫ, ଭଗବତୀ ବିଶି ଓ ସୁମିତ୍ରା ପାତ୍ରଙ୍କ ସମେତ ଦଳର ବହୁ ବରିଷ୍ଠ ଓ କନିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ମାଁ ସମଲେଇ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏବଂ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଶୀଘ୍ର ସୁସ୍ଥ କରି ଦୀର୍ଘାୟୁ କରନ୍ତୁ ବୋଲି ଦଳ ପକ୍ଷରୁ କାମନା କରାଯାଇଥିଲା I

