ସମ୍ବଲପୁର,୦୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଓଡିଶା ସାଂସ୍କୃତିକ ସମାଜ ଭବନ ରେ ଅନୁଷ୍ଠିତ ହୋଇଥିଲା I ଗଙ୍ଗାଧର ଧର ମେହେର ବିଶ୍ୱ ବିଦ୍ୟାଳୟ ନିକଟରେ ଥିବା ଏରାଇସ ଫାଉଣ୍ଡେସନ ପ୍ରତିଷ୍ଠା ଦିବସ ଉପଲକ୍ଷେ ନବଯୁବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଶିଶୁ ସେବା,ଆଦିବାସୀ ଜୀବିକା,ସ୍ଥାୟୀ ଫ୍ୟାସନ, ସହର ଗତିଶୀଳତା, ଏବଂ ଡିଜିଟାଲ ସମାଧାନ, କମର୍ଶ, ସାଇନ୍ସ ଓ ନାଚ ଗୀତ ପଦର୍ଶନ କରିଥିଲେ I ଏହି ଅବସରରେ ଯୁବ ସମାଜସେବୀ ଆଦି ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ I ଏରାଇସ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରିୟଦର୍ଶନି ମେହେର ଓ ଇଞ୍ଜିନିଅର ସତ୍ୟମ ବେହେରା ଛାତ୍ରଛାତ୍ରୀ ଉତ୍ସାହିତ କରିଥିଲେ I ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ବଭିଷ୍ୟତ ପାଇଁ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମ ରେ କାହ୍ନI ଚରଣ ମେହେର, ଅଞ୍ଜୁ ସାହୁ ଓ ରିତା ରାଣୀ ମେହେର ଉପସ୍ଥିତ ରହି ସହଯୋଗ କରି ଥିଲେ

