ସମ୍ବଲପୁର,୦୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂତନ କ୍ୟାମ୍ପସ ଶାଖା ଘୋଷଣା କରାଯାଇଛି। ନୂତନ ଶାଖାର ସଭାପତି ଭାବେ ନିଖିଲ ଅଗ୍ରୱାଲ ଓ ସମ୍ପାଦକ ଭାବେ ହେମନ୍ତ ବିଶ୍ୱାଳ ଦାୟିତ୍ୱ ଗ୍ରହଣ କରିଛନ୍ତି।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୨୦୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ। ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଯୋଗଦେଇ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଉପସଭାପତି ଭାବେ କରନ ଓ ଅଲିଭା, ସହସମ୍ପାଦକ ଭାବେ ବୀଣାପାଣି ଓ ଶୈଳେଶ ଦାୟିତ୍ୱ ନେଇଛନ୍ତି। ଖେଲୋ ଭାରତ ସଂଯୋଜକ ଭାବେ କାର୍ତ୍ତିକ ଓ ସହସଂଯୋଜକ ଭାବେ ଅକ୍ଷିତ୍, ଏସ୍ଏଫ୍ଡି ସଂଯୋଜକ ଭାବେ ସୂର୍ଯ୍ୟ ଓ ସହସଂଯୋଜକ ଭାବେ ସାହିଲ ବାରିକ, ଏସ୍ଏଫ୍ଏସ୍ ସଂଯୋଜକ ଭାବେ ଅଭିନାଶ ଓ ସହସଂଯୋଜକ ଭାବେ ଖିରସିନ୍ଧୁ ଦାୟିତ୍ୱ ପାଇଛନ୍ତି। ସେହିପରି ଛାତ୍ରୀ ପ୍ରମୁଖ ଭାବେ ପ୍ରିୟାଂଶୀ ଏବଂ ସହଛାତ୍ରୀ ପ୍ରମୁଖ ଭାବେ ପ୍ରତିମା ଓ ଅନନ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ୨୦ରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀଙ୍କୁ ଶାଖାର ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି।

