ସମ୍ବଲପୁର,୦୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ଶନିବାର ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନ କରାଯାଇଥିଲା।ରେଳନଗରସ୍ଥିତ ରେଳ ଷ୍ଟାଡିୟମରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ନାଗରିକମାନଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରସାର କରିବାକୁ ଶପଥ ନିଆଯାଇଥିଲା।ଏହି ଅବସରରେ ଡିଆରଏମ୍ ଶ୍ରୀ ଚୌଧରୀଙ୍କ ନେତୃତ୍ୱରେ ରେଳନଗରରେ ‘ରନ୍ ଫର୍ ୟୁନିଟି’ ଆୟୋଜିତ ହୋଇଥିଲା। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ମନଜିତ ସିଂହ ସନସନୱାଲଙ୍କ ସମେତ ରେଳ ମଣ୍ଡଳର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଭାଗ ନେଇଥିଲେ।

