ରାଉରକେଲା ,୨୮/୧୨,(ଉତ୍କଳ ସମାଚାର): ଚ୍ଯାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମଳୟ ମଣ୍ଡଳଙ୍କ ନେତୃତ୍ୱରେ, ଉପସଭାପତି ବିଶ୍ୱନାଥ ଦେ, ସାଧାରଣ ସମ୍ପାଦକ ଶୁଭମ୍ କପୁର, ସଚିବ(ଅର୍ଥ) ମନୀଷ ମୋଦି, ସଚିବ (ପ୍ରଶାସନ ଏବଂ ଜନସଂପର୍କ) ସନ୍ଦୀପ ଗୌତମ, ପୂର୍ବତନ ସଭାପତି ଆଦିତ୍ୟ ମହାପାତ୍ର, ସୁବ୍ରତ ପଟ୍ଟନାୟକ, ସୁନୀଲ କୟାଲ, ପ୍ରବୀଣ ଗର୍ଗ ଏବଂ ନିମନ୍ତ୍ରିତ ସୁଦର୍ଶନ ଗୋଏଲଙ୍କ ସହିତ ଚାମ୍ବରର ଏକ ପ୍ରତିନିଧି ଦଳ, ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଉରକେଲା ସର୍କିଟ୍ ହାଉସରେ ସାକ୍ଷାତ କରିଥିଲେ।

ବୈଠକ ସମୟରେ, ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେଥିମଧ୍ୟରେ ଏନ୍ଆଇଟି ରାଉରକେଲା ବାହାରେ ସୀମିତ ଉଚ୍ଚଶିକ୍ଷା ସୁଯୋଗ, ଏସଟିପିଆଇ ସହିତ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ କେନ୍ଦ୍ର ଏଆଇ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେବା ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ରାଉରକେଲା ବିମାନବନ୍ଦରରେ ବିମାନ ସଂଯୋଗକୁ ସୁଦୃଢ଼ କରିବା, ରାଉରକେଲାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା, ସମ୍ବଲପୁର ଏବଂ ରାଉରକେଲା ମଧ୍ୟରେ ଛଅ ଲେନ୍ ରାସ୍ତା ସଂଯୋଗ, ଲୁହା ଏବଂ ଇସ୍ପାତ କ୍ଷେତ୍ରରୁ ସ୍ୱାଧୀନ ନୂତନ ଶିଳ୍ପକୁ ପ୍ରୋତ୍ସାହନ, ରାଉରକେଲା ପାଇଁ ଏକ ସମର୍ପିତ ପରିବହନ ନଗରର ବିକାଶ ପାଇଁ ଆଲୋଚନା କରାଯାଇଥିଲା।
ଏହି ବୈଠକ ସମୟରେ ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀରଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା।
ଆଲୋଚନା ସମୟରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନେ ହେଲେ ନେମୁ ଜେନା, ପୱନ ବାଗରିଆ, ବିଜୟ ପ୍ରଧାନ, ଦିଲୀପ କର, ପ୍ରବୀଣ ଜୈନ ଏବଂ ମୋହିତ ଜାଖୋଡିଆ ପ୍ରମୁଖ ଉପସ୍ଥିତ ଥିଲେ।
