ରାଉରକେଲା ୨୨/୧, (ଉତ୍କଳ ସମାଚାର)ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲ ର ମିଳିତ ଆନୁକୁଲ୍ୟ ରେ ତୃତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ହାଇଡ୍ରୋସିଲ ଅପରେସନ୍ ଏକ ମୁଖ୍ୟ କାର୍ଯ୍ୟକ୍ରମ ଅଟେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ,ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁନ୍ଦରଗଡ଼ ଓ ନିରାମୟ ହସ୍ପିଟାଲ, ଦର୍ଲିପାଲି ର ମିଳିତ ଉଦ୍ୟମ କ୍ରମେ ତା ୨୦.୦୧.୨୦୨୬ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୋଟ ୧୬ ଜଣ ବ୍ୟକ୍ତିଙ୍କର ହାଇଡ୍ରୋସିଲ ଅସ୍ତ୍ରୋପଚାର ହୋଇଯାଇଛି । ଲେଫ୍ରିପଡ଼ା ବ୍ଲକ ଓ ହେମଗିର ବ୍ଲକ ର ରୋଗୀ ମାନଙ୍କୁ ଏହି ଶିବିର କୁ ଅଣାଯାଇଥିଲା । ନିରାମୟ ହସ୍ପିଟାଲ ଦର୍ଲିପାଲି ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଅପରାଜିତା ମିଶ୍ର ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ସର୍ଜନ ଭାବରେ ଏନ.ଟି.ପି.ସି ର ପୂର୍ବତନ ମୁଖ୍ୟ ଚିକିତ୍ସା ଅଧିକାରୀ ଇଡି ଡା. ଜି.ସି. ମିଶ୍ରl ଯୋଗଦାନ କରିଥିଲେ l ଏନ.ଟି.ପି.ସି.ଦର୍ଲିପାଲି ତରଫରୁ ରୋଗୀ ମାନଙ୍କୁ ଖାଇବା, ପିଇବା, ଔଷଧ ,ମଶାରୀ ଓ ବେଡସିଡ୍ ମାଗଣା ରେ ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ଏଚ.ଓ.ପି. ଫାଇଜ ତୟବ, ଏଚ.ଓ. ଏଚ.ଆର, ନବୀନ ଅମିତାଭ ବକ୍ସଲା, ଓ ଅନ୍ୟାନ୍ୟ ଅଧିକାରୀ ଗଣ ଯୋଗଦାନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସୁନ୍ଦରଗଡ଼ , ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ମହାରଣା । ଡ଼ା. ମହାନ୍ତି ତାଙ୍କର ଅଭିଭାଷଣ ରେ ଏହା କହିଥିଲେ ଯେ କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଫାଇଲେରିଆ ତଥା ହାଇଡ୍ରୋସିଲ ସାଧାରଣତଃ ହୋଇଥାଏ। ଏହି ମଶା କାମୁଡିବାର ୫ ରୁ ୧୫ ବର୍ଷ ମଧ୍ୟରେ ଗୋଦର ଗୋଡ ଏବଂ ଅଣ୍ଡକୋଷ ବୃଦ୍ଧି ହେବାର ସମ୍ଭାବନା ଥାଏ ।

