ରାଉରକେଲା:17//2,(ଉତ୍କଳ ସମାଚାର) ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ କୁମାର ଦାସ ସଭାପତିତ୍ବ, ସାଂଗଠନିକ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ପ୍ରାକ୍ତନ ଶିକ୍ଷୟିତ୍ରୀ ଉର୍ବଶୀ ଦାଶ ପତିଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘରର ସଭାପତି ରାମକୃଷ୍ଣ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟାପିକା ଡ ଅର୍ଚ୍ଚନା ନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଭାଙ୍ଗିଯାଉଥିବା ଯୈ।ଥ ପରିବାର ଓ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାମ୍ପ୍ରତିକ ସମୟରେ ସାମାଜିକ ମୂଲ୍ୟବୋଧ କମିବାରେ ଲାଗିଛି। ଆର୍ଥିକ ଅଭିବୃଦ୍ଧି ହେଉ ଅବା ଏକକ ରହିବାର ମାନସିକତା ପାଇଁ ଏକକ ପରିବାର ବୃଦ୍ଧି ପାଇବାରେ ଲାଗିଛି। ଯୈ।ଥ ପରିବାରରେ ଦାୟିତ୍ଵ ଅଧିକ ଥାଏ। ବଡମାନେ ସାନମାନଙ୍କ ପାଇଁ ଉଦାହରଣ ହେବା ଆବଶ୍ୟକ ବୋଲି ମତ ରଖିଥିଲେ। ଯୈ।ଥ ପରିବାରରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳତା ଦେଖା ଦେଇଥାଏ। ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଓ ବ୍ରଜେନ୍ଦ୍ର ଦାଶ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ସାଂଗଠନିକ ସମ୍ପାଦକ ଶ୍ରୀ ନାୟକ ସମ୍ପାଦ କଥନ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତି ଶ୍ରୀ ଦାସ ଏଭଳି ଆଲୋଚନାଚକ୍ର ର ଉପାଦେୟତା ତଥା ଏଥିପାଇଁ ନିଜକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗାଳ୍ପିକ ଗୈ।ତମ ଦାସ ଠିକଣା ଶୀର୍ଷକ ଉପରେ ଗଳ୍ପପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ବ ଓ କବି କୁଞ୍ଜବିହାରୀ ରାଉତ ତଥା ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତିତ୍ବ ଅଭିଭାଷଣରେ ଶ୍ରୀମତୀ ରଥ ଆଲୋଚ୍ୟ ବିଷୟ ରେ ମତ ରଖି କହିଲେ ଯେ ସାହିତ୍ୟ ହେଉଛି ଯୈ।ଥ ପରିବାର। ସାହିତ୍ୟ ସାମାଜିକ ମୂଲ୍ୟବୋଧ ଶିଖାଇବା ବେଳେ ଯୈ।ଥ ପରିବାର ଆମକୁ ସଂଘର୍ଷ ଓ ତ୍ୟାଗ ଶିଖାଇ ଥାଏ। ସର୍ବଶ୍ରୀ ସୁଶାନ୍ତ କୁମାର ନାୟକ, ପ୍ରଫୁଲ୍ଲ ସାମଲ, ଦେବେନ୍ଦ୍ର ବଳ, ଜ୍ଞାନରଞ୍ଜନ ମିଶ୍ର, ପରେଶ ବିଶ୍ବାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବ୍ରଜେନ୍ଦ୍ର ଦାଶ, ମଞ୍ଜୁଳା ରଥ, କୁଞ୍ଜବିହାରୀ ରାଉତ, ଉର୍ବଶୀ ଦାଶ ପତି, ବସନ୍ତ ବିଶ୍ଵକର୍ମା, ନିକୁଞ୍ଜ ବିହାରୀ ଦାଶ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ମହାପାତ୍ର,ଡ ଶକ୍ତିପ୍ରସାଦ ସାମନ୍ତରାୟ, ସୂର୍ଯ୍ୟନାରାୟଣ ପଣ୍ଡା, କିଶୋରୀ ମୋହନ କର, ବାସନ୍ତୀ ପାତ୍ର, ଜୟଶ୍ରୀ ଦାସ,ଜୈରାମ ସାମଲ, ନିମାଇଁ ପ୍ରସାଦ ରାଉତ, ବ୍ରଜକିଶୋର ପାଣି,ଡ ଲକ୍ଷ୍ମୀ ମାଝୀ, ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

