ନବରଙ୍ଗପୁର. ନରସିଂବାଘ. ଉତ୍କଳ ସମାଚାର. ୧୮//୦୨: ଓଡିଶା ର ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକ ର କୁନ୍ଦେଇ ପୋଲିସ ଷ୍ଟେସନ ଅଧୀନରେ ପଡ଼ୁଥିବା ବିଭିନ୍ନ ସାପ୍ତାହିକ ହାଟରେ ଖୋଲାମେଳାଭାବେ ଖୁଡ଼ଖୁଡ଼ି ଜୁଆ ଖେଳ ଚାଲିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଉଛି।ସୂଚନା ଅନୁଯାୟୀ, ସପ୍ତାହିକ ହାଟ ସହ ହିରି, ସର୍ଗିପାରା ଓ ବଦଳେଡ଼ିହି ହାଟରେ ପ୍ରତ୍ୟେକ ସପ୍ତାହରେ ଏହିପରି ଜୁଆ ଖେଳ ଚାଲିଥାଏ। ହାଟ ଦିନରେ ଲୋକଙ୍କ ଭିଡ଼କୁ ଲାଭ ଉଠାଇ କିଛି ବ୍ୟକ୍ତି ଖୋଲା ଆକାଶ ତଳେ ଏହି ଅବୈଧ କାର୍ଯ୍ୟକଳାପ ଚାଲୁ ରଖୁଥିବା ଅଭିଯୋଗ ହେଉଛି।

ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି ଯେ, ପୁଲିସ ପକ୍ଷରୁ ପ୍ରୟୋଜନୀୟ କାର୍ଯ୍ୟାନୁଷ୍ଠାନ ନେଉଯାଉ ନାହିଁ। ଫଳରେ ଏହିପରି କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଛି। ଜୁଆ ଖେଳରେ ଅନେକ ଯୁବକ ଆସକ୍ତ ହେଉଥିବାରୁ ସମାଜିକ ପରିବେଶ ଉପରେ ମନୋନୀତ ପ୍ରଭାବ ପଡ଼ୁଥିବା ମତ ପ୍ରକାଶ ପାଉଛି।
ଏନେଇ ସଚେତନ ମହଳରୁ ଶୀଘ୍ର ତଦନ୍ତ କରି ଦୃଢ଼ ପଦକ୍ଷେପ ନେବାକୁ ଦାବି ଉଠିଛି। ସମ୍ବନ୍ଧିତ ଥାନା ଓ ଜିଲ୍ଲା ପ୍ରଶାସନ ଏହାକୁ କେତେଦୂର ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନେବେ, ସେଥିପାଇଁ ସାଧାରଣ ଲୋକ ଅପେକ୍ଷାରେ ରହିଛନ୍ତି।
