ରାଉରକେଲା,24/3(ଉତ୍କଳ ସମାଚାର): ପ୍ରତିବର୍ଷ ପରି ଚଳିତ ବର୍ଷ ସହର ର ପ୍ରାଚୀନ ତଥା ପୁରାତନ ସାଂସ୍କୃତିକ ସଂଗଠନ ବାସନ୍ତୀ ପରିଷଦ ପକ୍ଷରୁ ୫୧ତମ ଶ୍ରୀ ଶ୍ରୀ ବାସନ୍ତୀକ ଦୁର୍ଗାପୂଜା ମହାସମାରୋହରେ ପାଳନ ହେବାକୁ ଯାଉଛି। ଆଜି ସଂଧ୍ୟାରେ ବିଲ୍ୱାଧିବାସ ସହ ଆସନ୍ତା କାଲି ମହା ସପ୍ତମୀ ପୂଜା ଅବସରରେ ସକାଳୁ କଳସଯାତ୍ରା, ନବପତ୍ରିକା ସହ ଦେବୀ ମଣ୍ଡପରେ ଘଟ ପ୍ରବେଶ, ସକାଳ ୧୧ଟା ୩୦ ମିନିଟ୍ ରେ ପୂଜା ଆରମ୍ଭ,ପ୍ରାଣ ପ୍ରତିଷ୍ଠା,ନ୍ଯାସ ଉପଚାର ପୂଜା, ଚଣ୍ଡୀପାଠ,ହୋମ ବଳିଦାନ ସହ ଆଳତି ଓ ପୁଷ୍ପିଞ୍ଜଳୀ ହେବ। ଗୁରୁବାର ଅଶୋକାଷ୍ଟମୀ ପ୍ରାତଃ ୮ଟା ପୂଜାରମ୍ଭ, ଚଣ୍ଡୀପାଠ,ହୋମ, ବଳିଦାନ,ଆରତି ଓ ପୁଷ୍ପାଞ୍ଜଳୀ, ସନ୍ଧିପୂଜା,ଦିବା ୧୧ ଘଟିକା ରେ ପୂଜାରମ୍ଭ ହୋମ,ସନ୍ଧି ବଳିଦାନ, ପୁଷ୍ପାଞ୍ଜଳୀ ସହ ସଂଧ୍ୟା ରେ ଆଳତି ଓ ପୁଷ୍ପିଞ୍ଜଳୀ। ଶୁକ୍ରବାର ରାମନବମୀ ସକାଳ ୮ଟା ରୁ ପୃଜାରମ୍ଭ, ଚଣ୍ଡୀପାଠ,ହୋମ ବଳିଦାନ,୧୨ଟା ୩୦ ଆଳତି ପୁଷ୍ପାଞ୍ଜଳୀ ସହ ସଂଧ୍ୟା ରେ ଆଳତି। ଶନିବାର ଦଶହରା ସକାଳ ୮ଟା ୩୦ ମିନିଟ୍ ପୂଜାରମ୍ଭ,ହୋମ ପୂର୍ଣ୍ଣାହୁତି, ପୂର୍ଣ୍ଣ ଆଳତି, ପୁଷ୍ପାଞ୍ଜଳୀ,ଦିବା ୧୧ଟା ୩୦ ମିନିଟ୍ ଦେବୀ ବନ୍ଦାପନା, ସିନ୍ଦୂର ଦାନ,ମନ୍ତ୍ରାତ୍ମକ ମୂଳ ବିସର୍ଜନ, ଅପରାଜିତା ପୂଜନ ଓ ବନ୍ଧନ ସହ ୨ଟା ରେ ଘଟ ବିସର୍ଜନ ହେବ। ଅଷ୍ଟମୀ ଠାରୁ ଦଶହରା ପ୍ରତିଦିନ ସଂଧ୍ୟା ଆଠ ଘଟିକା ରେ ପାଲାମଣ୍ଡପ ରେ କେନ୍ଦ୍ରାପଡ଼ା ରୁ ଆସିଥିବା ପାଲା ଗାୟକ ସୁଶାନ୍ତ କୁମାର ମଲ୍ଲିକ ଓ ତାଙ୍କ ସାଥୀ ପାଲା ପରିବେଷଣ କରିବେ। ୨୯ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ସଂଧ୍ୟା ସମୟରେ ଭଜନ ପରିବେଷଣ କରାଯିବ ଯେଉଁଥିରେ ମୁଖ୍ୟ ଆକର୍ଷଣ ଭାବେ ଓଡ଼ିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଭୁବନେଶ୍ୱର ର ପ୍ରଶାନ୍ତ ପାଢ଼ୀ ଯୋଗ ଦେବେ। ଏହା ବ୍ୟତୀତ ରାଉରକେଲା ର ପ୍ରତିଭାବାନ କଣ୍ଠଶିଳ୍ପୀ ମାନେ ମଞ୍ଚରେ ଭଜନ ପରିବେଷଣ କରିବେ। ଅପ୍ରେଲ ୧ ରୁ ଅପ୍ରେଲ ୩ ତାରିଖ ପର୍ଯ୍ୟନ୍ତ ଉଭୟ କନିଷ୍ଠ ଓ ବରିଷ୍ଠ ତଥା ଗ୍ରୁପ୍ ଙ୍କ ମଧ୍ୟରେ ଭକ୍ତି ସଙ୍ଗୀତ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ନୃତ୍ୟ କଳାକାର ଙ୍କୂ ଭାଗ ନେବା ପାଇଁ ଆମନ୍ତ୍ରଣ କରାଯାଉଛି। ୫ ତାରିଖ ପୁରସ୍କାର ବିତରଣୀ ଉତ୍ସବ ପାଳନ ସହ ୬ ତାରିଖ ଦିନ ମା ମେଲାଣି ନେବେ। ପୂଜା ସହିତ ବାସନ୍ତୀ ପରିଷଦ ପକ୍ଷରୁ ମୀନା ବଜାର ମେଳା ର ଆୟୋଜନ କରାଯାଇଛି। ଏଥିରେ ଡ୍ରାଗନ,ବ୍ରେକ ଡ୍ଯାନ୍ସ, ନୌକା ଓ ଜ୍ଯାଣ୍ଟ ହୁଇଲ୍ ଦୋଳି ସହ ଛୋଟ ପିଲା ଙ୍କ ମିକି,ଜମ୍ପିଂ, ସ୍କୋର୍ପିଓ, ହେଲିକପ୍ଟର ଓ ଭୂତ ବଙ୍ଗଳା ରହିଛି। ପ୍ରଥମକରି ମନୋରଞ୍ଜନ ନିମନ୍ତେ ଜଳପରୀ ବାସନ୍ତୀ ପଡିଆ ରେ ଲାଗିବ। ଏଥି ସହ ଛତିଶଗଡ଼ ର କ୍ରାଫ୍ଟ ବଜାର ଅନ୍ୟତମ ଆକର୍ଷଣ ହେବ। ଆଜି ବାସନ୍ତୀ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପରିଷଦ ର ସଭାପତି ରାମଚନ୍ଦ୍ର ଗୌଡ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟରେ ଉପଦେଷ୍ଟା ଅନିରୁଦ୍ଧ ବିଶ୍ବାଳ, ସତ୍ୟବାନ ରାଉତ, ଉପସଭାପତି କାର୍ତ୍ତିକ ଖଣ୍ଡୁଆଳ, କୋଷାଧ୍ୟକ୍ଷ ପ୍ରହ୍ଲାଦ ଚନ୍ଦ୍ର ନାୟକ ଓ ସଂଯୋଜକ ସଞ୍ଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶ୍ଵର ଚନ୍ଦ୍ର ଟୁଡୁ, ନିରଞ୍ଜନ ଖଣ୍ଡାୟତ ରାୟ, ହୃଷିକେଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

