ରାଜଗାଙ୍ଗପୁର ,24/3/26(ସୁବାଷ ବେହେରା) ଆସନ୍ତା 27ତାରିଖରେ ହେବାକୁ ଥିବା ରାମନଵମୀ ଶୋଭାଯାତ୍ରା କୁ ନେଇ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପ୍ରଶାସନ ପକ୍ଷରୁ ରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ କରା ଯାଇ ଥିଲା l ବୈଠକର ଆରମ୍ଭ ରେ ଥାନା ପ୍ରଭାରୀ ବିଜୟ କୁମାର ଦାଶ ଉପସ୍ଥିତ ସମସ୍ତ ଧର୍ମର ଲୋକଙ୍କୁ ଏଠାରେ ଯାହା ଆଲୋଚନା କରାଯିବ କେବଳ ରାମ ନବମୀ ଉପରେ ଆଲୋଚନା କରିବେ କୌଣସି ରାଜନୈତିକ ଉପରେ ମତ ନ ଦେବାକୁ ଅନୁରୋଧ କରିଥିଲେ l ଶାନ୍ତି କମିଟି ବୈଠକ ରେ ଡି ଆଇ ଜୀ ବ୍ରିଜେଶ କୁମାର ରାୟ ନେତୃତ୍ୱ ରେ ଏହି ଶାନ୍ତି କମିଟି ବୈଠକ ରେ ଆୟୋଜନ କରାଯାଇ ଉପସ୍ଥିତ ସମସ୍ତ ଆଖଡ଼ା କମିଟି ର ସଦସ୍ୟଙ୍କୁ ଗତ ଗଣେଶ ପୂଜା ଶୋଭାଯାତ୍ର ଏବଂ ରାମନବମୀ ଯେଉଁ ପରି ଶାନ୍ତି ଶୃଙ୍ଖଳା ରେ ପାଳନ କରା ଯାଇଥିଲା ତାହାକୁ ନେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ସୁନ୍ଦରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତପାଳ କୌର ଅଧକ୍ଷତା କରି ଶାନ୍ତି ଶୃଙ୍ଖଳା ସହ ଏହି ଉତ୍ସବ କୁ ପାଳନ କରିବା ପାଇଁ ଉପସ୍ଥିତ ସବୁ ଧର୍ମର ବ୍ୟକ୍ତି ଙ୍କୁ ନିବେଦନ କରିଥିଲେ l ନିର୍ଦ୍ଧାରିତ ସମୟ ରେ ଶୋଭା ଯାତ୍ରା କୁ ଆରମ୍ଭ କରିଵା ସହ ଠିକ ସମୟ ରେ ଶୋଭା ଯାତ୍ରାକୁ ସମାପ୍ତ କରିବା ଏବଂ ଶୋଭା ଯାତ୍ରା ରେ ଡିଜେ ଵାଜା କୁ ନିଷେଧ କରି ଥିଲେ l ସୁନ୍ଦରଗଡ଼ ଅତିରିକ୍ତ ଏସପି ମହେନ୍ଦ୍ର କୁମାର ମୁର୍ମୁ ଯୋଗ ଦେଇ କୌଣସି ପ୍ରକାର ଆଖଡ଼ା ରେ ଅସ୍ତ୍ର ଶସ୍ତ୍ର ବ୍ୟବହାର ନକରିବା ପାଇଁ ମତ ବ୍ୟକ୍ତ ରଖିଥିଲେ l ପୈର ପାଳିକା ଅଧକ୍ଷା ମାଧୁରୀ ଲୁଗୁନ ଯୋଗ ଦେଇ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପୌର ପରିଷଦ ପକ୍ଷରୁ ଶୋଭାଯାତ୍ରା ରେ ଯେଉଁ ପରି କୌଣସି ଅସୁବିଧା ନ ହୁଏ ତାର ବ୍ୟବସ୍ଥା ପୌର ପାଳିକା ପକ୍ଷରୁ ସମସ୍ତ ସୁବିଧା କରା ଯାଉଛି l ଅତିରିକ୍ତ ଜିଲ୍ଲା ପାଳ ସୁରଜ କୁମାର ପଟନାୟକ ଉପ ଜିଲ୍ଲା ପାଳ ତେଜସ୍ୱିନୀ ବେହେରା ଅତିରିକ୍ତ ଏସପି ଶାନ୍ତ ନୂତନ ସମଦ ରାଜଗାଙ୍ଗପୁର ଡହସିଲଦାର ଗୋପବନ୍ଧୁ ମଲ୍ଲିକ ବିଡ଼ିଓ ଅକ୍ଷୟ କୁମାର ବାଗ ପୌର କାର୍ଯନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡ ସେନା ଅତିରିକ୍ତ ତହସିଲଦାର ଅନୀଲ କୁମାର ସୋରେନ, ବିଜୁଳି ବିଭାଗ ଏସ ଡି ଓ ସଂଜୀବ ମହାନ୍ତି ପୌର ଉପାଧକ୍ଷ ଏମଡି ଇଫା ନ ଯୋଗ ଦେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ l ରାମ ନବମୀ କମିଟି ର ସଭାପତି ସଂଜୀଵ ଦାସ ରାମ ନବମୀ ଶୋଭା ଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ତାଙ୍କ ମତ ବ୍ୟକ୍ତ କରିଥିଲେ l କଂଗ୍ରେସ ଦଳ ର ଟାଉନ ସଭାପତି ଦେବ ରଞ୍ଜନ ବିନୋଦ ବ୍ଲକ ସଭାପତି ଏ କେ ସାମଲ ଟ୍ରକ ମାଲିକ ସଙ୍ଘ ର ସଭାପତି ରାକେଶ ନନ୍ଦା ସମ୍ପାଦକ ମନୋଜ କୁମାର ବଙ୍କା, ଏମ ଡି ଅମିନ, ଏମ ଡି ଫଇମ, ଅଶୋକ ସାହୁ (ଠୁରିଆ ବାବୁ ) କାଉନସିଲର ଶ୍ଵେତା କୁମାରୀ ବରିଷ୍ଠ ସମ୍ବାଦକ ରାଜେଶ କୁମାର ଦାହିମା ରାମ ନବମୀ ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ l
ଏହି ଶାନ୍ତି କମିଟି ବୈଠକରେ 23ଟି ଆଖଡ଼ା ର ସଭାପତି ସହ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l ମୁସିଲିମ କମିଟି ମଜାର କମିଟିର ସଦସ୍ୟଏବଂ ଶିଖ କମିଟି ର ସଦସ୍ୟ
ମାନେ ଯୋଗ ଦେଇଥିଲେ l ଶାନ୍ତି କମିଟି ବୈଠକ କୁ ରାଜଗାଙ୍ଗପୁର ଏସ ଡି ପି ଓ ବିଭୁତି ଭୂଷଣ ଭୋଇ ସଂଚାଳନ କରିଥିଲେ l ଶେଷରେ ବିଜେଡି ଟାଉନ ସଭାପତି ତଥା ପୂର୍ବତନ ପୌର ଅଧକ୍ଷା ସୃଶିତା ପାଇକରାୟ ଉପସ୍ଥିତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

