ସଦାନନ୍ଦ ସାହୁ – ସଭାପତି,ରାଜ କିଶୋର ପ୍ରଧାନ ଉପ ସଭାପତି ଓ ଦେବାନନ୍ଦ ତନ୍ତୀ ସଂପାଦକ ଭାବରେ ଲଗାତର ହ୍ୟାଟ୍ରିକ ବିଜୟ
ଯୁଗ୍ମ ସଂପାଦକ ଭାବେ ଶାନ୍ତନୁ କୁମାର ଦାସ ଓ ଲାଇବ୍ରେରୀ ସଂପାଦକ ଭାବେ ଶ୍ରୀନିବାସ ପଣ୍ଡା ନିର୍ବାଚିତ।
ରାଉରକେଲା ,୨୯/୩(ଉତ୍କଳ ସମାଚାର): ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ର ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶାର ସମସ୍ତ ଓକିଲ ସଂଘର କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ବେଳେ ରାଉରକେଲା ଓକିଲ ସଂଘର କର୍ମକର୍ତ୍ତା ଓ କାର୍ଯକାରୀ କମିଟି ନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି। ରାଉରକେଲା ଓକିଲ ସଂଘର ସମୁଦାୟ ୮୪୯ ଭୋଟର ଙ୍କ ମଧ୍ୟରୁ ୬୩୪ ଜଣ ଆଇନଜୀବୀ ଆଜି ବିରଜାପାଲି ସ୍ଥିତି ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଭୋଟଗ୍ରହଣ ରେ ନିଜ ମତ ସାବ୍ୟସ୍ତ କରିଥିଲେ। ସକାଳ ୭.୩୦ ମିନିଟ ରେ ଭୋଟ ଦାନ ଆରମ୍ଭ ହୋଇଥିଲା ବେଳେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା ଓ ଅପରାହ୍ନ ୪ ଟା ରେ ଭୋଟ ଗଣତି ହୋଇ ସଂଧ୍ୟା ସୁଦ୍ଧା ଚୁଡାନ୍ତ ଫଳାଫଳ ଘୋଷଣା କରାଯାଇଥିଲା।ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସରୋଜ ନାରାୟଣ ମହାପାତ୍ର ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ। ସଭାପତି ପଦରେ ନିହାର ରଞ୍ଜନ ମହାନ୍ତି ୨୪୬ ଖଣ୍ଡ ଭୋଟ ପାଇଥିଲା ବେଳେ ସଦାନନ୍ଦ ସାହୁ ୩୬୯ ଖଣ୍ଡ ପାଇ ୧୨୩ ଖଣ୍ଡ ଭୋଟ ବ୍ୟବଧାନରେ ଲଗାତର ହ୍ୟାଟ୍ରିକ ବିଜୟୀ ହୋଇଛନ୍ତି।
ସେହିପରି ଉପ ସଭାପତି ପଦରେ ରାଜ କିଶୋର ପ୍ରଧାନ ପୂର୍ବରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲଗାତର ହ୍ୟାଟ୍ରିକ ବିଜୟ ହୋଇଛନ୍ତି। ସଂପାଦକ ପଦରେ ଦେବାନନ୍ଦ ତନ୍ତୀ ୩୯୬ ଖଣ୍ଡ ଭୋଟ ପାଇଥିଲା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଲିଙ୍ଗମ ଅନୁସୁରୁ ହରି ଡୋରା ୨୨୯ ଖଣ୍ଡ ଭୋଟ ପାଇଛନ୍ତି । ଦେବାନନ୍ଦ ୧୬୭ ଖଣ୍ଡ ଅଧିକ ଭୋଟ ରେ ଲଗାତର ହ୍ୟାଟ୍ରିକ ବିଜୟ ହୋଇଛନ୍ତି। ଯୁଗ୍ମ ସଂପାଦକ ଭାବେ ପୁନମ୍ ଓରାମ ୩୦୯ ଖଣ୍ଡ ଭୋଟ ପାଇଥିଲା ବେଳେ ଶାନ୍ତନୁ କୁମାର ଦାସ ୩୧୪ ଖଣ୍ଡ ଭୋଟ ପାଇ ମାତ୍ର ୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଲାଇବ୍ରେରୀ ସଂପାଦକ ଭାବେ ଶ୍ରୀନିବାସ ପଣ୍ଡା ୩୨୬ ଖଣ୍ଡ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରମୋଦ କୁମାର ମହାନ୍ତି ୧୬୪ ଖଣ୍ଡ ଓ ରାଜଶ୍ରୀ ମିଶ୍ର ୧୩୪ ଖଣ୍ଡ ଭୋଟ ପାଇଛନ୍ତି। ପୂର୍ବରୁ କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ସିଂହଦେଓ,ଏ ଏସ ଏମ୍ ସଂପାଦକ ତାପସ ପରିଡ଼ା, କାର୍ଯକାରୀ କମିଟି ସଦସ୍ୟ ଭାବରେ ମହେଶ୍ଵର ପୁରଣ, ବନ୍ଦନା ପଣ୍ଡା, ଋଷି ଶେଖର ମହନ୍ତ, ଅଭିଷେକ ସିଂହ, ସୁମିତା ନନ୍ଦ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଆଜିର ନିର୍ବାଚନ ଶାନ୍ତି ଶୃଙ୍ଖଳା ସହିତ ସଂପର୍ଣ୍ଣ ହୋଇଥିବାରୁ ସମସ୍ତେ ସଂଘ ର ସଦସ୍ୟ ମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ସରୋଜ ନାରାୟଣ ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନ କମିଟି ରେ ପ୍ରଦୀପ କୁମାର ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ମିଶ୍ର,ପ୍ରଶାନ୍ତ କୁମାର ପାଣିଗ୍ରାହୀ, ପବିତ୍ର କୁମାର ଜେନା, ପ୍ରଶାନ୍ତ କୁମାର ସେନାପତି,ଆରତି ଚୈଧୁରୀ, ଚନ୍ଦ୍ରମଣି ଦାଶ, ପ୍ରଶାନ୍ତ କୁମାର ମହାରଣା,ମାଧବ କୁମାର ନାୟକ, ସନ୍ତୋଷ କୁମାର ତ୍ରିପାଠୀ,ମାନସ ରଞ୍ଜନ ମହାପାତ୍ର, ଅରୁଣ ଗୋଛାୟତ, ନିହାର ରଞ୍ଜନ ସିଂହ,ମ୍ୟାରୀ ମ୍ୟାକ୍ସିମା ଏକ୍କା, ସୂରଜ୍ ସିଂହ ବେସ୍ରା, ବିକାଶ ସାହୁ, ରାଜେଶ ରାଉତ,ଜି କେ ଦୁର୍ଗାମା ପ୍ରମୁଖ ସହଯୋଗ କରି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ କରିଥିଲେ।

