ନବରଙ୍ଗପୁର, ତା ୨୯.୦୩.୨୦୨୬: ନବରଙ୍ଗପୁର ନରସିଂବାଘ. ଉତ୍କଳ ସମାଚାର):.ଅଞ୍ଚଳରେ ଆଜି ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ଗମ୍ଭୀର ଭାବରେ ପାଳିତ ହୋଇଯାଇଛି। ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଥାପିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ସ୍ମୃତି ସଭାରେ ସକାଳ ୯.୩୦ଟାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ ମହେଶ୍ବର ସ୍ୱାଇଁ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକଙ୍କ ସଂଗ୍ରାମୀ ଜୀବନ, ନେତୃତ୍ୱ ଓ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ସେ ଯୁବ ପିଢ଼ୀକୁ ତାଙ୍କ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ବରିଷ୍ଠ ନାଗରିକ ରାଧାନାଥ ବେହେରା ଓ ମନୋରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ଼ଃ ବିଜୟ ମିଶ୍ର ସହିଦଙ୍କ ଜୀବନୀ, ସାହସିକତା, ସାମାଜିକ ନ୍ୟାୟ ଓ ଦେଶପ୍ରେମ ବିଷୟରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକ ନାରାୟଣ ପଣ୍ଡା, ହେମଲତା ମାଝୀ, ମନୋରମା ମାଝି, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ ସହ ଅନ୍ୟାନ୍ୟ ଅଧିକାରୀ, ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସମସ୍ତେ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ।
