କେନ୍ଦୁଝର ,୨୯/୩(ଉତ୍କଳ ସମାଚାର) :କେନ୍ଦୁଝରଗଡ ପୌରପରିଷଦ ର ନଅ ଜଣ ୱାର୍ଡ କାଉନସିଲର ସାମୁହିକ ଭାବେ ବିଜୁ ଜନତା ଦଳ ରୁ ଇସ୍ତଫା ଦେଇଥିବାର ଜଣା ଯାଇଛି ,ଉପନଗରପାଳ ବରଦା ପ୍ରସନ୍ନ ଦାସ ଙ୍କ ସମେତ ଶରତ କୁମାର ସାହୁ (୧)ଅବିନାଶ ମିଶ୍ର (୭) ଦୟାନିଧି ପାତ୍ର (୮)ପଦ୍ମିନୀ ପାତ୍ର (୧୦) କରୁଣାକର ମାରଣ୍ଡୀ (୧୨)ଭଗବାନ ନାଏକ (୧୫)ସବିତା ପଟ୍ଟନାୟକ (୧୬)ହେମନ୍ତ କୁମାର ପତି (୨୧)ସାମୁହିକ ଇସ୍ତଫା ପାତ୍ର ଜିଲ୍ଲା ସଭାପତି ଙ୍କ ନିକଟକୁ ପଠାଇ ଦେଇଛନ୍ତି , ବ୍ୟକ୍ତିଗତ କାରଣ ଦର୍ଶାଯାଇଥିଲେ ମଧ୍ୟ ଏହି କାଉନସିଲର ମାନେ ସୋମବାର ଦିନ ରାଜଧାନୀ ରେ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ରେ ଯୋଗଦେବେ ବୋଲି ଜଣାଯାଇଛି .ଏମାନଙ୍କ ସହିତ ବିଜେଡ଼ି ର ଆଉ କିଛି କର୍ମକର୍ତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । କେନ୍ଦୁଝର ପୌରପାଳିକା ରେ ରାଜନୀତି ଏବେ ଗୁମ୍ସୁମ ପରିସ୍ଥିତି ସୃଷ୍ଟି ଲାଗି ରହିଛି

