କେନ୍ଦୁଝର:୭/୪(ଉତ୍କଳ ସମାଚାର) : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଆଜିର ଏହି ଶିବିରରେ ମୋଟ ୨୭୯ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି।ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୨୪୮ ଟି, ସାମୁହିକ ଅଭିଯୋଗ ୩୧ଟି, ରେଡକ୍ରସ ସହାୟତା ପାଇଁ ୧୧ଟି ଆବେଦନ ଗ୍ରହଣ କରାଯାଇଛି। ୪୪ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ।
ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।
ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାର୍ଚ୍ଚ ମାସର ପରବର୍ତ୍ତୀ ଅଭିଯୋଗ ଶୁଣାଣିଗୁଡ଼ିକ ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ନିମ୍ନମତେ ଅନୁଷ୍ଠିତ ହେବ:୧୩।୦୪।୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ ହାଟଡିହି , ୨୦।୦୪।୨୦୨୬ (ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘଟଗାଁ , ଏବଂ ୨୭|୦୪|୨୦୨୬(ସୋମବାର) ପଞ୍ଚାୟତ ସମିତି କାର୍ଯ୍ୟାଳୟ ହରିଚନ୍ଦନପୁର ଅଞ୍ଚଳବାସୀ ଏହି ସୁଯୋଗର ସଦୁପଯୋଗ କରି ନିଜ ନିଜର ସମସ୍ୟା ପ୍ରଶାସନ ନିକଟରେ ଉପସ୍ଥାପନ କରିବାକୁ ଅନୁରୋଧ କରାଯାଇଛି।

