ଉମରକୋଟ..(ନରସିଂବାଘ …ଉତ୍କଳ ସମାଚାର) ..07/04.: ବେଳେବେଳେ ଅସାବଧାନତା ଓ ଭୁଲ ଇଞ୍ଜେକ୍ସନ ଯୋଗୁଁ ଅନେକ ରୋଗୀ ପ୍ରାଣ ହରେଇଥିବା ଖବର ଗୁଡିକ ଖବର କାଗଜ ଗୁଡିକର ଶୀର୍ଷକ ପାଲଟିଥିବା ବେଳେ |ଆଜି ନବରଙ୍ଗପୁର ଜିଲ୍ଲାରେ ପୁଣି ତାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି |ହେଲେ ଏହି ପ୍ରସଙ୍ଗରେ ନିଜେ ଡାକ୍ତର ଇଞ୍ଜେକ୍ସନ ଦେଇନାହାନ୍ତି |ଇଞ୍ଜେକ୍ସନ ଦେଇଛନ୍ତି ମେଡିକାଲରେ କାମ କରୁଥିବା ଜଣେ ଝାଡୁଦାର |ଝାଡୁଦାର ଇଞ୍ଜେକ୍ସନ ଦେବାର କିଛି କ୍ଷଣ ଭିତରେ ଇଞ୍ଜେକ୍ସନ ନେଇଥିବା ବ୍ୟକ୍ତି ଜଣକ ପାଗଳ ପାଲଟି ଯାଇଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଂଚାୟତ ସଦର ମହକୁମାରେ ଥିବା ଆରୋଗ୍ୟ ମନ୍ଦିରକୁ ଉକ୍ତ ଗ୍ରାମର ରାଧେଶ୍ୟାମ ସରକାର ନାମକ 28ବର୍ଷୀୟ ବ୍ୟକ୍ତି ନିଜ ଦେହର ସୁଗାର ଲେବେଲ ଚେକ କରେଇବା ଉଦେଶ୍ୟରେ ଆସିଥିଲେ |ସେତେବେଳେ ଆରୋଗ୍ୟ ମନ୍ଦିରରେ ନା ଡାକ୍ତର ଥିଲେ ନା କମପାଉଣ୍ଡର ଥିଲେ |ଉକ୍ତ ଆରୋଗ୍ୟ ମନ୍ଦିରର ସଫାସୁତରା କରୁଥିବା ଜଣେ ଝାଡୁଦାର ସେଠାରେ ଉପସ୍ଥିତ ରହିଥିଲେ |ରାଧେଶ୍ୟାମକୁ ଦେଖି କଣ ହୋଇଛି ବୋଲି ପଚାରିବାରୁ ରାଧେଶ୍ୟାମ ତାଙ୍କ ସମସ୍ୟା ଝାଡୁଦାରକୁ ଜଣେଇଥିଲେ |ପରେ ସେ ଗୋଟେ ଇଞ୍ଜେକ୍ସନ ବାହାର କରି ରାଧେଶ୍ୟାମ ବାହୁରେ ପୁରେଇ ଦେଇଥିଲେ |ଇଞ୍ଜେକ୍ସନ ନେବାର କିଛି କ୍ଷଣ ମଧ୍ୟରେ ହିଁ ଇଞ୍ଜେକ୍ସନ ତାର ପ୍ରଭାବ ଦେଖେଇବା ଆରମ୍ଭ କରିଦେଇଥିବା |ରାଧେଶ୍ୟାମ ପାଗଳ ଙ୍କ ଭଳି କାର୍ଯ୍ୟ ସବୁ କରିବା ସହିତ ଇଆଡ଼େ ସିଆଡେ ଧାଇଁ ବୁଲିଲେ |ପରେ ପରିବାର ଲୋକ ରାଧେଶ୍ୟାମକୁ ଘରକୁ ନେଇ କିଛି ଘଣ୍ଟା ଧରି ବିଶ୍ରାମ କରେଇବା ପରେ ବର୍ତମାନ ରାଧେଶ୍ୟାମଙ୍କ ସ୍ଥିତିରେ କିଛିଟା ସୁଧାର ଆସିଛି |ତେବେ ଜଣେ ଝାଡୁଦାରକୁ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା, ବାଟିକା ଓ ଇଞ୍ଜେକ୍ସନ ଦେବା ପାଇଁ ଅନୁମତି ଦେଲା କିଏ? ଯଦି ଡାକ୍ତରଙ୍କ କାମ ଯଦି ଆରୋଗ୍ୟ ମନ୍ଦିରରେ ପୋଛା ଲଗାଉଥିବା ବ୍ୟକ୍ତି ଓ ମହିଳା ମାନେ କରିବେ, ତେବେ ଯଦି କାହାର ମୃତ୍ୟୁ ଘଟେ, ତେବେ ଉକ୍ତ ମୃତ୍ୟୁ ପାଇଁ ଦାୟି କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି |ଏ ଘଟଣା ସମ୍ପର୍କରେ ଉକ୍ତ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ପଚାରିବାରୁ ସେ ଝାଡୁଦାର ଭୁଲ କରିଥିବା ସ୍ୱୀକାର କରିଛନ୍ତି ସତ ହେଲେ ତା ଉପରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ |ଅନ୍ୟପକ୍ଷେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାରଣ ଉକ୍ତ ଆରୋଗ୍ୟ ମନ୍ଦିରକୁ ଯିବାକୁ ଭୟ କରୁଛନ୍ତି ଓ ଉକ୍ତ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅନ୍ୟତ୍ର ବଦଳି ବି ଦାବୀ କରିଛନ୍ତି |ଠିକ ସେହିପରି ଝାଡୁଦାର ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କାର୍ଯ୍ୟରୁ ହଟେଇବା ପାଇଁ ଦାବୀ ଜୋର ଧରିଛି |

