କେନ୍ଦୁଝର,୮/୪(ଉତ୍କଳ ସମାଚାର): : ଆଗାମୀ ଦିନରେ ଜ଼ିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ୬ ଗୋଟି ନିର୍ବାଚନ ମଣ୍ଡଳୀସ୍ତରୀୟ ପ୍ରତିବାଦ ଓ ବିକ୍ଷୋଭ କରାଯିବ ବୋଲି ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର କହିଛନ୍ତି l ଆଜି ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଗୌରହରି ପାତ୍ରଙ୍କ ସଭାପତିତ୍ବରେ ତେଲକୋଇ ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ସମସ୍ୟାକୁ ନେଇ ଏହି ବିକ୍ଷୋଭ କରାଯିବ ଯଥା ଶିକ୍ଷିତ ବେକାରୀ ନିଯୁକ୍ତି ଓ ଥଇଥାନ, ମାଗଣା ବିଦ୍ୟୁତ ଯୋଗାଣରେ ପ୍ରତାରଣା, ଧାନର ଉଚିତ ମୂଲ୍ୟ ପ୍ରଦାନ,ବାଂଶପାଳ ବ୍ଲକର ତରମାକାନ୍ତ ଠାରେ ଅତିଶୀଘ୍ର ଷ୍ଟିଲ ପ୍ଲାଣ୍ଟ, କୃଷି ଋଣ ଛାଡ଼ ଓ କୃଷକ ମାନଙ୍କୁ ଉପଯୁକ୍ତ ଥଇଥାନ, ସ୍ଲରି ପାଇପ ମାଧ୍ୟ୍ୟମରେ ଲୁହାପଥର ପରିବହନ ବନ୍ଦ କରାଯାଉ ବୋଲି ଦାବୀ ରହିଛି l ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ କେନ୍ଦୁଝର ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ସଦର ନିର୍ଵାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ରାଉତ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସାରଙ୍ଗଧର ପ୍ରଧାନ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ସାହୁ, ବରିଷ୍ଠ ଆଇନଜୀବି ନାରାୟଣ ପ୍ରଧାନ, ଯୁବ କଂଗ୍ରେସ ନେତା ଦୀପକ କୁମାର ମୁଖୀ, ବରିଷ୍ଠ କଂଗ୍ରେସ ନେତା ଅରକ୍ଷିତ ପ୍ରଧାନ, ଭରତ ଚନ୍ଦ୍ର ରାଉଳ, ଟଙ୍କଧର ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ର, ଚଦ୍ରମଣୀ ସାହୁ, ପ୍ରସନ୍ନ ପ୍ରଧାନ, ଶ୍ରୀକାନ୍ତ ମହାନ୍ତ,, ନୀଳମଣି ସାହୁ, ପ୍ରଫୁଲ୍ଲ ବେହେରା, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

