ରାଉରକେଲା:20//6,(ଉତ୍କଳ ସମାଚାର) ମଧୁବୈଶ୍ୟ (ଗୁଡ଼ିଆ) ସମାଜର ଦ୍ୱାଦଶ ସାଧାରଣ ପରିଷଦ ବୈଠକ ତଥା ପଞ୍ଚମ କାର୍ଯ୍ୟକାରୀଣି ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି ସେକ୍ଟର -୯ ସ୍ଥିତ ସମାଜର ନିର୍ମାଣଧୀନ ଗଣେଶ ମନ୍ଦିର ପରିସରରେ ସମାଜର ସଭାପତି ଶ୍ରୀଯୁକ୍ତ ଧର୍ମାନନ୍ଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସମାଜର ସାଧାରଣ ସଂପାଦକ ଶ୍ରୀଯୁକ୍ତ ଦିଲିପ କୁମାର ସାହୁ ଆଗାମୀ 2026-2029 ବର୍ଷ ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରିଥିଲେ l ବର୍ତମାନ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ଅବଧି ପୂର୍ଣ୍ଣ ହୋଇସାରିଥିବା ଦୃଷ୍ଟିରୁ ନୂତନ କମିଟି ଗଠନ ନିହାତି ଅପରିହାର୍ଯ୍ୟ ବୋଲି ଶ୍ରୀଯୁକ୍ତ ସାହୁ ମତ ପୋଷଣ କରିଥିଲେ l ବ୍ୟସ୍ତ ବହୁଳ ସମୟର ସ୍ୱଳ୍ପତା କୁ ଆଖି ଆଗରେ ରଖି ଆସନ୍ତା ରବିବାର ତା ୨୮/0୬/ ୨0୨୬ ରିଖ ସମାଜର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କରିବାକୁ ସେ ପରାମର୍ଶ ଦେଇଥିଲେ l ବିଗତ ଦିନରେ ସମାଜ ଦ୍ୱାରା ଆୟୋଜିତ ସମସ୍ତ କାର୍ଯ୍ୟକ୍ରମର ଆୟ-ବ୍ୟୟ ସମ୍ବନ୍ଧରେ କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁ ବିବରଣୀ ପ୍ରଦାନ କରିଥିଲେ l ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ମତାମତକୁ ସମ୍ମାନ ଜଣାଇ ଆସନ୍ତା ୨୮/0୬/ ୨0୨୬ ଦିନ ବାର୍ଷିକ ସାଧାରଣ ସଭା ଡକା ଯିବାକୁ ସ୍ଥିର କରାଗଲାଉପରୋକ୍ତ ପ୍ରସ୍ତୁତି ବୈଠକରେ ସମାଜର ନିମ୍ନ ଲିଖିତ ସଦସ୍ୟମାନେ ଯଥା ରଞ୍ଜନ କୁମାର ସାହୁ, ମନୋରଞ୍ଜନ ସାହୁ, ସନ୍ତୋଷ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ଜଗବନ୍ଧୁ ସାହୁ, ଉଦୟନାଥ ସାହୁ, ଅଶୋକ କୁମାର ସାହୁ, ବାସୁଦେବ ସାହୁ, ବିଜୟ କୁମାର ସାହୁ, ସାରଦା ପ୍ରସନ ସାହୁ, ଅଜୟ କୁମାର ସାହୁ, ଭୀମସେନ ସାହୁ, ସୁଦର୍ଶନ ପୃଷ୍ଟି, ବିଶ୍ୱଜିତ ପୃଷ୍ଟି, ଧରଣୀଧର ସାହୁ, ଶ୍ରୀଧର ସାହୁ, ସୁଧୀର କୁମାର ସାହୁ, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ବିନିମୟ କରିଥିଲେ ଏବଂ ଆଗାମୀ ବାର୍ଷିକ ସାଧାରଣ ପରିଷଦ ବୈଠକକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବାକୁ ପ୍ରତିଶୃତି ଦେଇଥିଲେ l ଶେଷରେ କାର୍ଯକାରୀ ସଭାପତି ବିଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ବୈଠକର ସଫଳତା କାମନା କରିଥିଲେ l
