ରାଜଗାଙ୍ଗପୁର, 14/7/26(ଉତ୍କଳ ସମାଚାର): ରେଳ ରେ ବିଶେଷ ଭାବେ ନିଶା ଦ୍ରବ୍ୟ ଚୋରା ଚାଲାଣ ହେବା ଜଣା ପଡିବା ପରେ ରେଳ ବିଭାଗ ସର୍ତକତା ପରିଦର୍ଶିତା ପଦେକ୍ଷେପ ନେଇ ରେଲ ବିଭାଗ ତରଫରୁ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ରେ ଆରପିଏଫ,ଜିଆରପି, ସି,ଆଇ,ଡି ବିଭାଗ ଚକ୍ରଧରପୁର ଡିଭିଜନ କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରା ଯାଇ ଥିଲା କୌଣସ ବିଶେଷ ସୂତ୍ରରୁ ଖବର ମିଳିଵା ଥିଲା କିଛି ନିଶାଦ୍ରବ୍ୟ ଚାଲାଣ ହେବାର ଅଛି ବୋଲି । ଏହି ଖବର ପାଇବା ପରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଟିମ୍ ସକ୍ରିୟ ହୋଇ ପଡିଥିବା ବେଳେ ରାଜଗାଙ୍ଗପୁର ରେଲ ଷ୍ଟେସନ ର ପ୍ଲାଟଫୋର୍ମ ନଂ ୧ ରେ ସକାଳ ୭ ଘଟିକା ସମୟରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ବୁଲୁ ଥିବା ଦେଖି ରାଜଗାଙ୍ଗପୁର ସ୍ୱତନ୍ତ୍ରର ଆରପି ଏଫ ଟିମ ଙ୍କୁ ସନ୍ଧେହ ସୃଷ୍ଟି ନଜର କୁ ଆସିଥଲା ଦେଖିଲେ ଯେ, କିଛି ପ୍ଲାଷ୍ଟିକ ଘୋଡେ଼ଇ ଥିବା ବଣ୍ଡଲ ସବୁ ପଡ଼ିଛି। ସନ୍ଦେହ ହେବାରୁ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କୁ ଅଟକାଇ ପଚରାଉଚରା କଲାବେଳେ ସେମାନଙ୍କ ମଧ୍ୟରୁ ଜଣେ ହରିସ ନଗର ,ଜିଲ୍ଲା କୃଷ୍ଣା ନଗର, ପଶ୍ଚିମବଙ୍ଗ ର ବାସିନ୍ଦା ପ୍ରବିର ବିଶ୍ଵାସ ୫୫ ବର୍ଷ ବୋଲି ଜଣାପଡ଼ିଥିଵା ବେଳେ ଆଉ ଜଣେ ରାନି ନଗର, ଜିଲ୍ଲା ମୁର୍ଶିଦାବାଦ ପଶ୍ଚିମବଙ୍ଗ ର ବାସିନ୍ଦା ଏରସାଦ ଅଲ୍ଲି ମୈ।ଲା ବୟସ ୩୬ ବର୍ଷ ବୋଲି ଜଣାଇଥିଲା ଏମାନଙ୍କ ନିକଟରେ ଥିବା ପ୍ଲାଷ୍ଟିକ ଘୋଡେ଼ଇ ହୋଇଥିବା ବଣ୍ଡଲ ସବୁକୁ ଫାଡ଼ି ଯାଞ୍ଚ କଲାବେଳେ ଉକ୍ତ ବଣ୍ଡଲ ସବୁରେ ଗଞ୍ଜେଇ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଥିଲା।

ଯାଞ୍ଚ ବେଳେ ସେମାନେ ଏହି ଗଞ୍ଜେଇ ଭର୍ତ୍ତି ବଣ୍ଡଲ ସବୁ ନିକଟରେ ଥିବା ରାଉରକେଲା ରୁ ରାଜଗାଙ୍ଗପୁରକୁ ଆଣିଥିଲେ ଏବଂ ରାଜଗାଙ୍ଗପୁର ରୁ ହାୱଡା ଟ୍ରେନ ଯୋଗେ ନେବା ପାଇଁ ଯୋଜନା କରିଥିବାର ପ୍ରକାଶ କରିଥିଲେ। ଜବତ୍ ଗଞ୍ଜେଇ ୫୫ କେ ଜି ଥିବା ବେଳେ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨୭. ୫୦.୦୦୦ ଟଙ୍କା ବୋଲି ଜଣା ଯାଇଛି। ଏସଂକ୍ରାନ୍ତରେ ରାଜଗାଙ୍ଗପୁର ଆର ପି ଫ ଥାନାରେ ଏକ ମକଦ୍ଦମା ୠଜୁ କଇଛନ୍ତି କେଶ ସଂଖ୍ୟା 52/୨୬-୨୭ ନଡିପିଏସ ଧାରା ୨୦(ବି )(ଇଇ ) ବି ରୁଜୁ କରି ଅବକାରୀ ବିଭାଗ ସୁନ୍ଦରଗଡ଼ ରେଞ୍ଜ କୁ ହସ୍ତାନ୍ତର କରି ପରବର୍ତ୍ତୀ ଯାଞ୍ଚl ଜାରୀ ରଖୀ ଥିବା ଜଣା ପଡିଛି
