କେନ୍ଦୁଝର, ୨୯/୮(ଉତ୍କଳ ସମାଚାର): କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣ କରି ଆଜି କେନ୍ଦୁଝରର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡଠାରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, କ୍ରୀଡ଼ା ପ୍ରେମୀ ଏବଂ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।ସମାରୋହରେ ମୁଖ୍ୟ ଅତିଥିଭାବେ ସାଂସଦ ଅନନ୍ତ ନାୟକ, ସମ୍ମାନନୀୟ ଅତିଥିକେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା, ଶ୍ରୀମତୀ ନିକୁ ସାହୁ ଅତିରିକ୍ତ ଜିଲ୍ଲାପାଳ, ମନ୍ଦରଧର ମହାଳିକ, ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ପ୍ରଦୀପ କୁମାର ଜେନା, ହ୍ୟାଣ୍ଡବଲ ପ୍ରଶିକ୍ଷକ ରିତ୍ୱିକ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଶିଷ୍ଟ କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ପ୍ରେମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ଜିଲ୍ଲାର ଦୁଇ ସଫଳ କ୍ରୀଡ଼ାବିତ ସୁଶ୍ରୀ ଭାନୁମତୀ ବେହେରା ଓ ରାଜାରାମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବସ ପାଳନ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା, ଛାତ୍ରଛାତ୍ରୀମାନେ ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଜୀବନଶୈଳୀର ଗୁରୁତ୍ୱକୁ ବୁଝାଇବା ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ଫିଟନେସ୍ କାର୍ଯ୍ୟକ୍ରମ ଏବଂ ସଚେତନତାମୂଳକ କାର୍ଯ୍ୟକଳାପରେ ଭାଗ ନେଇଥିଲେ।କ୍ରୀଡ଼ା ମନୋଭାବକୁ ଆହୁରି ଦ୍ୱିଗୁଣିତ କରି ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଓ ଗଣମାଧ୍ୟମ ଏବଂ ଜିଲ୍ଲା ପ୍ରଶାସନ ଦଳ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଯାହା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ସୁସ୍ଥ ପ୍ରତିଯୋଗିତାର ସୁଯୋଗ ସୃଷ୍ଟି କରିଥିଲା।

