ରାଉରକେଲା। ,୨୯/୮(ଉତ୍କଳ ସମାଚାର): ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଆନୁକୂଲ୍ୟରେ ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ୱିନୀ ସ୍ୱାଇଁଙ୍କ ମାର୍ଗଦର୍ଶନରେ ଭଉଣୀମାନେ ସେକ୍ଟର -୧୯, କମ୍ୟୁନିଟ ସେଣ୍ଟର ଯୋଗ କେନ୍ଦ୍ର ପରିସରରେ ଆଜି ଧୁମ୍ ଧାମରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ରାଜ୍ୟ ପ୍ରଭାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ସୁମଧୁର ସଙ୍ଗୀତ ଅତି ସୁନ୍ଦର ଭାବରେ ଗାୟନ କରିଥିଲେ ଜିଲ୍ଲା ମହିଳା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର ଓ ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାଶ । ମୁଖ୍ୟ ଅତିଥି ଶ୍ରୀ ମାର୍ଥା ତାଙ୍କ ବକ୍ତବ୍ୟରେ ରକ୍ଷା ବନ୍ଧନ କେବଳ ଭାଇ-ଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧିବାର ପର୍ବ ନୁହେଁ; ଏହା ସ୍ନେହ, ବିଶ୍ୱାସ, ମମତା ଓ ପରସ୍ପର ସୁରକ୍ଷାର ପବିତ୍ର ପ୍ରତୀକ। ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରେ, ଆଉ ଭାଇ ଭଉଣୀଙ୍କ ସୁଖ, ସମ୍ମାନ ଓ ସୁରକ୍ଷା ପାଇଁ ସଦା ସାଥିରେ ରହିବାର ସଂକଳ୍ପ ନିଏ । ଏହି ପବିତ୍ର ଦିନଟି ଆମକୁ ପରିବାରର ଏକତା, ଭଲପାଇବା ଓ ସମ୍ପର୍କର ମୂଲ୍ୟ ବୁଝାଇଥାଏ। ରାକ୍ଷୀର ସୂତା ଛୋଟ ହୋଇଥିଲେ ମଧ୍ୟ ଏହା ଭାଇ-ଭଉଣୀଙ୍କ ହୃଦୟକୁ ଏକ ଅଟୁଟ ବନ୍ଧନରେ ବାନ୍ଧି ରଖେ।

“ରାକ୍ଷୀର ଏହି ପବିତ୍ର ସୂତା ହେଉ ସ୍ନେହର ବନ୍ଧନ, ବିଶ୍ୱାସର ପ୍ରତୀକ ଓ ସାରା ଜୀବନର ସାଥିର ପ୍ରତିଶ୍ରୁତି ବୋଲି ପ୍ରକାଶ କରିଥିଲେ । ଉପସ୍ଥିତ ଭଉଣୀମାନେ ଜିଲ୍ଲା ମହିଳା ପ୍ରଭାରୀ ନୀତମ୍ବିନୀ ସ୍ୱାଇଁଙ୍କ ଉପସ୍ଥିତିରେ ସମସ୍ତ ଉପସ୍ଥିତ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ବା ସହିତ ବନ୍ଦାପନା କରି ମିଷ୍ଟାନ୍ନ ଖୁଆଇ ଥିଲେ ଓ ଭାଇ ମାନେ ଭଉଣୀ ମାନଙ୍କୁ ଆଶୀର୍ବାଦ ଦେଇ ଥିଲେ । । ଏହି କାର୍ଯ୍ୟକ୍ରମରେ ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି , ଜିଲ୍ଲା ମହାବିଦ୍ୟାଳୟ ପ୍ରଭାରୀ ସସ୍ମିତା ସାହୁଙ୍କ ସମେତ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ଓ ସାଧକ ସାଧିକା ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି ।
