କେନ୍ଦୁଝର଼,୧୬/୯(ଉତ୍କଳ ସମାଚାର):-କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ର ୭୨ତମ ସାଧାରଣ ସଭା ସଂସ୍କୃତି ଭବନ ଅଡିଟରୀୟମ ରେ ବ୍ୟାଙ୍କ ସଭାପତି କାନନ ବିହାରୀ ପହି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରମୋଦ କୁମାର ଦାଶ ୨୦୨୫-୨୬ ଆର୍ଥିକ ବର୍ଷ ର ବିବରଣୀ ଓ ଆୟ ବ୍ୟୟ ର ବିସ୍ତୃତ ସମୀକ୍ଷା ସାଧାରଣ ବୈଠକ ରେ ପ୍ରସ୍ତୁତ କରିଥିଲେ ଉପଦେଷ୍ଟା ଅମର ବର ଖଟୁଆ, ବ୍ୟାଙ୍କ ପରିଚାଳନା ପରିଷଦ ଉପସଭାପତି ରଶ୍ମିରେଖା ଚକ୍ର, ସମବାୟ ୟୁନିୟନ ସଭାପତି ଅଟଳ ବିହାରୀ ସତପଥି, ନାବାର୍ଡ ଡ଼ିଡ଼ିଏମ କୁରେଶ ନାଏକ, କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର, ଜିଲ୍ଲା ପ୍ରାଣୀ ଅଧିକାରୀ ପ୍ରସନ୍ନ ମୁଣ୍ଡା ସହକାରୀ ନିବନ୍ଧକ ସୁଦର୍ଶନ ନାଏକ ନିଜ ନିଜ ବକ୍ତବ୍ୟ ରେ ବ୍ୟାଙ୍କ କୃଷକ କୃଷି ର ସାମଗ୍ରୀକ ବିକାଶ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ ସଭାପତି ଶ୍ରୀପହି ବ୍ୟାଙ୍କ ର ବିଭିନ୍ନ ଲୋକହିତକର ଉନ୍ନୟନ କାର୍ଯ୍ୟକ୍ରମ ର ଆଲୋକପାତ କରି ଆଗାମୀ ସମୟରେ ବ୍ୟାଙ୍କ କିପରି ଅଧିକ ଲୋକାଭିମୁଖୀ ହେବ ତାର ବ୍ଲୁପ୍ରିଣ୍ଟ ଉପସ୍ଥାପନା କରିଥିଲେ, ୯ଜଣ ଚାଷୀ, ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜଣେ ଉଦୀୟମାନ ପରିବେଶବିତ ଙ୍କୁ ସମ୍ମାନିତ କରାଯାଇଥିଲା, ଦେବାଶିଷ ମିଶ୍ର ଏବଂ ବ୍ୟାଙ୍କ ମ୍ୟାନେଜର ଆଲୋକବଳ ସଭା ପରିଚାଳନା କରିଥିଲେ

